ଲଞ୍ଚ ହେଲା ଏଆଇ ଚଷମା Orion
ଫେସ୍ବୁକ୍ର ପ୍ୟାରେଣ୍ଟ୍ କମ୍ପାନି ମେଟା ତରଫରୁ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହାର ନାମ ମେଟା କନେକ୍ଟ-୨୦୨୪। ଏହି କାର୍ଯ୍ୟକ୍ରମରେ କମ୍ପାନି ‘ଓରିୟନ୍’ ନାମରେ ଏକ ଆଧୁନିକ ଚଷମା ଲଞ୍ଚ୍ କରିଛି। ଏହା କେତେକ ସ୍ଥାନରେ ଆପଣଙ୍କୁ ଆପଲ୍ ଭିଜନ୍ ପ୍ରୋର କଥା ମନେ ପକାଇଦେବ।
ଯଦି ଆମେ ଫିଚର ଦେଖିବା ତାହେଲେ ଏହା ଆପଲ୍ ଭିଜନ ପ୍ରୋ ଭଳି ମନେ ହେଉଥାଏ ।
ଏଥିରେ ହଲୋଗ୍ରାଫିକ୍ସ ଡିସ୍ପ୍ଲେ ଦିଆଯାଇଛି। ଏହାକୁ ପିନ୍ଧି ବ୍ୟବହାରକାରୀ ନିଜର ହାତକୁ ଏପଟ ଯେପଟ ଚାଳନା କରିବ ଫିଚର୍ର ବ୍ୟବହାର କରିପାରିବେ। ଏଥିପାଇଁ ବ୍ୟବହାରକାରୀଙ୍କୁ ନୂଆ ଇଏମ୍ଜି ହାତଘଣ୍ଟା ପିନ୍ଧିବାକୁ ପଡ଼ିବ।
ଏହି ଚଷମାକୁ ପିନ୍ଧି ବ୍ୟବହାରକାରୀ ବିନା ଫୋନ୍ରେ ଫୋନ୍ର ଫିଚର ସବୁକୁ ଉପଭୋଗ କରିପାରିବେ। କିଛି ଦେଖିବା ପାଇଁ ହାତରେ ଫୋନ୍ ଧରିବା ଜରୁରୀ ହେବ ନାହିଁ। ସେହି ଚଷମାକୁ ପିନ୍ଧିବା ଦ୍ବାରା ହିଁ ବ୍ୟବହାରକାରୀଙ୍କ ଆଖି ସାମ୍ନାରେ ଏକ ପରଦା ଦୃଶ୍ୟମାନ ହେବ। ସେଥିରେ ବ୍ୟବହାରକାରୀ ଫୋନ୍ ଚଳାଇବାକୁ ନେଇ ଗେମ୍ ଖେଳିବା ଆଦି ବିଭିନ୍ନ କାର୍ଯ୍ୟ କରିପାରିବେ।
ତେବେ ମେଟା ଏହା ସହିତ ଆହୁରି ମଧ୍ୟ ଅନେକ ପ୍ରଡକ୍ଟର ଘୋଷଣା କରିଛି । ନ୍ୟୁ ଏଣ୍ଟି ଲେବଲ ଭିଆର ହେଡସେଟ୍ Quest 3S, ରେଓ୍ବାନ ମେଟା ସ୍ମାର୍ଟ ଗ୍ଲାସ ଏବଂ ମେଟା ଏଆଇରେ ଅନେକ ଫିଚର ସାମିଲ କରିଛି ।
Quest 3S ହେଡସେଟ୍ ଭବିଷ୍ୟତରେ ଲୋକମାନଙ୍କ ପ୍ରଥମ ପସନ୍ଦ ହେବ ବୋଲି କୁହାଯାଇଛି । 299 ଆମେରିକୀୟ ଡଲାରର କ୍ବେଷ୍ଟ 2କୁ ଏହା ରିପ୍ଲେସ କରିବ । ଏହା ଲୋକଙ୍କୁ ଏକ ନୂଆ ଲୁକ୍ ଦେବ । ଏଥିରେ Qualcomm Snapdragon XR2 chip ଦିଆଯାଇଛି ।
Powered by Froala Editor