ବାଣୀବିହାର ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ନେଇ ବଡ଼ ଖବର ଜାଣନ୍ତୁ କ’ଣ
ଭୁବନେଶ୍ୱର: ବାଣୀବିହାର ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ନେଇ ଆଜି ଛାତ୍ର ଅଶାନ୍ତି ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବାଣୀବିହାର ହଷ୍ଟେଲ ବନ୍ଦ ହେବ । ସରକାରଙ୍କ ନିଷ୍ପତ୍ତି ପାଳନ ହେବ ବୋଲି ପିଜି କାଉନସିଲ ଅଧ୍ୟକ୍ଷ କହିଛନ୍ତି ।
ସେ କହିଛନ୍ତି ଯେ, ହଷ୍ଟେଲ ବନ୍ଦ ନେଇ ସରକାରଙ୍କ ନିଷ୍ପତ୍ତି ପାଳନ କରାଯିବ । ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ । ପ୍ରଥମେ ଜୀବନ ଓ ତ’ ପରେ ଶିକ୍ଷା ବୋଲି ପିଜି କାଉନସିଲ ଅଧ୍ୟକ୍ଷ କହିଛନ୍ତି ।
ପ୍ରକାଶ ଯେ, ହଷ୍ଟେଲ ବନ୍ଦକୁ ବିରୋଧ କରି ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନେ ବିକ୍ଷୋଭ କରିବା ସହ ଏନଏଚ ଅବରୋଧ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ବିଏମସି ନିଦେ୍ର୍ଧଶରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନେ୍ଦାଳନ କରିଥିଲେ । ହଷ୍ଟେଲରେ ସଂକ୍ରମଣ ବ୍ୟାପିବାକୁ ଏଡ଼ାଇବା ନେଇ ବିଏମସି ପକ୍ଷରୁ ବନ୍ଦ ନିଦେ୍ର୍ଧଶ ଦିଆଯାଇଥିଲା ।