ପୋଲିସ-ମେଜର ବିବାଦ: ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ
ଭୁବନେଶ୍ୱର: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ ଜରୁରୀ ବୈଠକ। ପୋଲିସ ବିରୋଧରେ କାର୍ୟ୍ୟାନୁଷ୍ଠାନର ପ୍ରତିବାଦକୁ ନେଇ ଶନିବାର ସଂଧ୍ୟାରେ ଭୁବନେଶ୍ୱରରେ ଶହଶହ ପୋଲିସ ଏକାଠି ହୋଇଥିଲେ। ତେବେ ଆଗକୁ ବଡ଼ ପ୍ରତିବାଦ ପାଇଁ ଏହି ବୈଠକରେ ନିଷ୍ପତ୍ତି ହେବ ବୋଲି ଜଣାପଡିଛି।
ଭରତପୁର ଘଟଣାକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ଗୋଟିଏ ଘଟଣାରେ ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ତେବେ ଶନିବାର ସଂଧ୍ୟାରେ ପୋଲିସ ବିରୋଧରେ କାର୍ୟ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ ଭୁବନେଶ୍ୱରରେ ଏକାଠି ହୋଇଥିଲେ ଶହଶହ ପୋଲିସ। ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ତେବେ ସେ କହିଛନ୍ତି ତଦନ୍ତ ଚାଲିଛି, ନିଲମ୍ବନ ହୋଇଥିବା ପୋଲିସ ଦୋଷୀ ପ୍ରମାଣିତ ହୋଇନାହାନ୍ତି। ତଦନ୍ତରେ ଦୋଷୀ ପ୍ରମାଣିତ ହେଲା ପରେ କାର୍ୟ୍ୟାନୁଷ୍ଠାନ ନିଆଯାଉ। ନିଲମ୍ବନ ହୋଇଥିବା ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଯାଉ ବୋଲି ସାହୁ କହିଛନ୍ତି।
Powered by Froala Editor