ଏସୟୁଆଇଆଇଟିରେ ୧୧ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ
ସମ୍ବଲପୁର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସମ୍ବଲପୁର ୟୁନିଭର୍ସିଟି ଇନଷ୍ଟିଚୁ୍ୟଟ ଅଫ ଇନଫରମେସନ ଟେକ୍ନୋଲୋଜି(ଏସୟୁଆଇଆଇଟି)ରେ ୧୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଏସୟୁଆଇଆଇଟିର କୁଳପତି ସୂଚନା ଦେଇଛନ୍ତି । ଚିହ୍ନଟ ମୋଟ ୭ ଜଣଙ୍କ ମଧ୍ୟରୁ ୪ ଜଣ ଆଇସୋଲେସନରେ ଥିବାବେଳେ ୭ଜଣ ଘରକୁ ଫେରିଥିବା କୁଳପତି ସୂଚନା ଦେଇଛନ୍ତି ।