ଏସଟିଏଫ କବଜାରେ ୨ ବନ୍ଧୁକ ବେପାରୀ
ଭୁବନେଶ୍ୱର: ଏସଟିଏଫ କବଜାରେ ୨ ବନ୍ଧୁକ ବେପାରୀ ପଡ଼ିଛନ୍ତି । ସେମାନଙ୍କ ଠାରୁ ମୋଟ ୮ଟି ଚୋରା ବନ୍ଧୁକ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତଙ୍କ ନାମରେ ବହୁ ଅପରାଧିକ ମାମଲା ରହିଛି । ଗିରଫ ୨ ଅଭିଯୁକ୍ତ ଦୁଇ ଜଣ ଓଡ଼ିଶାର ହୋଇଥିବାବେଳେ ସେମାନଙ୍କ ବଡ଼ ଗ୍ୟାଙ୍ଗ ସହ ସମ୍ପୃକ୍ତି ଥିବା ସୂଚନା ମିଳିଛି ।
ପ୍ରକାଶ ଯେ, ସମ୍ପୃକ୍ତ ୨ ଅଭିଯୁକ୍ତ ବନ୍ଧୁକ ବିକ୍ରି କରିବା ପାଇଁ ଡିଲ କରୁଥିବା ଏସଟିଏଫ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ପୂର୍ବ ପ୍ରସ୍ତୁତି ମୁତାବକ ଆଜି ଏସଟିଏଫ ଡିଲ ଚାଲିଥିବାବେଳେ ଚଢଉ କରି ୨ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିଲା । ଏନେଇ ଏସଟିଏଫ ଅଧିକ ଖୋଳତାଡ଼ କରୁଛି ।