ଗ୍ରାହକଙ୍କୁ ପରିସ୍ରା ମିଶାଇ ଜୁସ ଦେଉଥିଲେ ଦୋକାନୀ, ବନ୍ଧା ହେଲେ
ଗ୍ରାହକଙ୍କୁ ପରିସ୍ରା ମିଶାଇ ଜୁସ ଦେଉଥିଲେ ଦୋକାନୀ । ଶେଷର ବନ୍ଧା ହୋଇ ଜେଲ୍ ଯାଇଛନ୍ତି ଦୋକାନୀ । ଦୋକାନୀକୁ ଗିରଫ କରିବା ସହ ଏକ ୧୫ବର୍ଷୀୟ ବାଳକକୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତଜଣକ ହେଲେ ଅମୀର।
ଜନସାଧାରଣଙ୍କ ଅଭିଯୋଗ ପରେ ଆମେ ଅମୀରକୁ ପୁଲିସ୍ ଗିରଫ କରିଛି। ଜୁସ୍ ବିକ୍ରେତା ଅମୀର ମଣିଷ ପରିସ୍ରା ମିଶାଇ ଲୋକଙ୍କୁ ଜୁସ୍ ପିଇବାକୁ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୁଲିସ ଦୋକାନରେ ପହଞ୍ଚିବା ପରେ ସେଠାରେ ପରିସ୍ରା ଭର୍ତ୍ତି ଡବା ରଖାଯାଇଥିବା ଦେଖିବାକୁ ପାଇଥିଲା। ଜୁସ୍ ଦୋକାନରେ ପରିସ୍ରା ଭର୍ତ୍ତି ଡବା କାହିଁକି ରଖିଛ ବୋଲି ପଚରାଯିବାରୁ ଆମୀର କୌଣସି ଉତ୍ତର ଦେଇପାରିନଥିଲା। ଏହା ପରେ ତାକୁ ଗିରଫ କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଏକାଠି ହୋଇ ଦୋକାନୀ ଓ ତାଙ୍କ ପୁଅକୁ ପ୍ରବଳ ମାଡ଼ ମାରିଛନ୍ତି।
ଗାଜିଆବାଦ ଏସ୍ପି ଅଙ୍କୁର ବିହାର ଭାସ୍କର ବର୍ମା କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ହେଲେ ଜୁସ ଦୋକାନୀ ଆମୀର ଖାନ। ଜୁସ୍ରେ ପରିସ୍ରା ମିଶା ଯାଉଥିବା ଅଭିଯୋଗ ମିଳିବା ପରେ ପୁଲିସ୍ ଦୋକାନରେ ପହଞ୍ଚିଥିଲା। ପୁଲିସ ଜୁସ୍ ଷ୍ଟଲରେ ଯାଞ୍ଚ କରିଥିଲା। ଏହି ସମୟରେ ଗୋଟିଏ ପ୍ଲାଷ୍ଟିକ ବୋତଲରେ ପରିସ୍ରାକୁ ରଖାଯାଇଥିବା ଦେଖିବାକୁ ମିଳିଥିଲା।
Powered by Froala Editor