‘ଲୋକଙ୍କ ସ୍ୱାର୍ଥ, ନ୍ୟାୟ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ’ : ମମତା
ଆନ୍ଦୋଳନରତ ଡାକ୍ତରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ ଆଲୋଚନା କରିବାକୁ ନ ଆସିବା ପରେ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଲୋକଙ୍କ ସ୍ୱାର୍ଥରେ, ତଥା ନ୍ୟାୟ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ।’
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ସେମାନଙ୍କ ସହ ମମତା ବାନାର୍ଜୀ ଆଲୋଚନା କରିବାର ଥିଲେ। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି।
ତେବେ ଅଧିକ କିଛି ନ କହି ମମତା ଡାକ୍ତରମାନଙ୍କ ଏହି ଆନ୍ଦୋଳନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବାମପନ୍ଥୀ ସମର୍ଥିତ ବୋଲି ଇଙ୍ଗିତ କରିଛନ୍ତି। ସେ କହିଛନ୍ତି, “ମୁଁ ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ଇସଫାତ ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ସେମାନେ ନ୍ୟାୟ ଚାହୁଁ ନାହାଁନ୍ତି। ସେମାନେ କେବଳ ମୋର ଚେୟାର ଚାହୁଁଛନ୍ତି।”
Powered by Froala Editor