ଶ୍ୱାସନଳୀ ସଂକ୍ରମଣରେ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ
ବାମପନ୍ଥୀ ନେତା ତଥା ସିପିଆଇଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି। ଶ୍ୱାସନଳୀରେ ସଂକ୍ରମଣ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ୭୨ ବର୍ଷୀୟ ୟେଚୁରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯ ଅଗଷ୍ଟରେ ଦିଲ୍ଲୀ ଏମ୍ସର ICU ରେ ସୀତାରାମ ୟେଚୁରୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ।
ଏମ୍ସ ପକ୍ଷରୁ କୁହାଯାଇଛି ଯେ ନିମୋନିଆ ଯୋଗୁ ସୀତାରାମ ୟେଚୁରୀ ହସ୍ପିଟାଲରେ ଆଡମିଟ ହୋଇଥିଲେ। କ’ଣ ପାଇଁ ତାଙ୍କର ଦେହାନ୍ତ ହେଲା, ସେକଥା ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇନାହାନ୍ତି।
ତେବେ ମୃତ୍ୟୁ ପରେ ତାଙ୍କୁ ପାର୍ଥିବ ଶରୀରରୁ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି। ସେଠାରେ ମେଡିକାଲ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ୟେଚୁରୀଙ୍କ ମୃତଦେହ ବ୍ୟବହାର ହେବ।
Powered by Froala Editor