ଭୋର୍ରୁ ବିଜେପି ନେତାଙ୍କୁ ଗୁଳି କରି ମାରିଦେଲେ
ବିହାରର ରାଜଧାନୀ ପାଟନାରେ ସୋମବାର ସକାଳେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବିଜେପି ନେତାଙ୍କ ନାଁ ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନା ଶର୍ମା (୫୫)। ପାଟନା ସହରର ମଙ୍ଗଲ ତାଲାବ ନିକଟ ମନୋଜ କମଲିଆ ଗେଟରେ ଏହି ଘଟଣା ଘଟିଛି।
ଏହି ଘଟଣା ଭୋର ପ୍ରାୟ ୪ଟା ବେଳେ ଘଟିଥିବା କୁହାଯାଉଛି। କମଲିଆ ଫାଟକ ନିକଟରେ ପହଞ୍ଚିବା ସମୟରେ ଅପରାଧୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଶ୍ୟାମ ସୁନ୍ଦର ବିଜେପିର ପାଟନା ସିଟି ଚୌକର ପୂର୍ବତନ ମ୍ୟୁନିସିପାଲିଟି ବୋର୍ଡ ସଭାପତି ଥିଲେ।
କୁହାଯାଉଛି, ମୁନା ଶର୍ମାଙ୍କୁ ଗୁଳି କରି ହତ୍ୟା କରିଥିବା ବ୍ୟକ୍ତିମାନେ ଚେନ୍ ଲୁଟେରା। ସେମାନେ ଚେନ୍ ଲୁଟ୍ କରିବାକୁ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ସେ ପ୍ରତିବାଦ କରିବାକୁ ତାଙ୍କୁ ଲୁଟେରାମାନେ ମାରି ଦେଇଥିଲେ। ତାଙ୍କୁ ମାରିବା ସତ୍ତ୍ୱେ ଲୁଟେରାମାନେ ଚେନ୍ ନେଇ ନଥିଲେ। ତେଣୁ ଏହି ଘଟଣାର ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଆଲୋଚନା ହେଉଛି।
ଏହି ମାମଲାରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଅଧିକାରୀ କହିଛନ୍ତି ଯେ ସକାଳ ୬ଟାରେ ସୂଚନା ମିଳିଥିଲା ଯେ ମୁନା ଶର୍ମାଙ୍କୁ ଅପରାଧୀମାନେ ହତ୍ୟା କରିଛନ୍ତି। ତାଙ୍କ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ଚାରିପାଖରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି।
Powered by Froala Editor