ଲକ୍ଷ୍ନୌରେ କୋଠା ଭୁଶୁଡ଼ିଲା

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଘଟିଛି ବଡ଼ ଅଘଟଣ। ଟ୍ରାନ୍ସପୋର୍ଟ ନଗରରେ ଏକ ବଡ କୋଠା ଭୁଶୁଡ଼ିବା କାରଣରୁ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିବାର ଆଶଙ୍କା କରାଯାଉଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ।
ତେବେ ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ବିଲଡିଂ ଭୁଶୁଡ଼ିବା ବେଳେ ଗୋଟିଏ ଟ୍ରକ ସେଠାରେ ଛିଡ଼ା ହୋଇଥିଲା। ଫଳରେ ଟ୍ରକ୍ଟି ମଧ୍ୟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧ୍ୱଂସାବଶେଷ ତଳେ ଟ୍ରକଟି ମଧ୍ୟ ପୋତି ହୋଇ ରହିଛି।
ଏହି ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲଖନଉ ସାଂସଦ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ସାଂସଦ ରାଜନାଥ ସିଂ ଏକ୍ସରେ ଲେଖିଛନ୍ତି - "ଲକ୍ଷ୍ନୌରେ ଏକ କୋଠା ଭୁଶୁଡ଼ିବା ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି ।
Powered by Froala Editor