ତଦନ୍ତ ଆରମ୍ଭ, ଇଡି କବଳରେ ସନ୍ଦୀପ ଘୋଷ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଆର୍ଥିକ ଦୁର୍ନୀତି ସହ ଜଡ଼ିତ ମାମଲାର ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ପଶ୍ଚିମବଙ୍ଗର ତିନୋଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉ ମଧ୍ୟରେ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ଜଣେ ସମ୍ପର୍କୀୟଙ୍କ ସମ୍ପତ୍ତି ଥିବା କୁହାଯାଉଛି।ଗତ ମାସ ଆରଜି କରରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିଛି। ସିବିଆଇ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଚଳାଇ ଥିବାବେଳେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଆର୍ଥିକ ଘୋଟାଲାର ଅଭିଯୋଗ ଆସିଥିଲା।
ସେ ସିବିଆଇ ହେପାଜତରେ ଥିବାବେଳେ ଆଜି ଇଡି ବେଙ୍ଗଲର ହାୱଡ଼ା, ସୋନାରପୁର ଏବଂ ହୁଗଳିର ବିଭିନ୍ନ ସ୍ଥାନରେ ଚଢାଉ କରିଛି। ହୁଗଳିରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢାଉ କରୁଥିବା ସ୍ଥାନ ମଧ୍ୟରୁ ଗୋଟିଏରେ ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଜଣାପଡିଛି।
ଅଗଷ୍ଟ ୯ରେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ। ଆର୍ଥିକ ଘୋଟଲା, ଅସାଧୁ ଆଚରଣ, ଠକେଇ ଅଭିଯୋଗରେ ସେପ୍ଟେମ୍ବର ୨ରେ ସିବିଆଇ ତାଙ୍କୁ ଗିରଫ କରିଛି।
Powered by Froala Editor