ଭୁବନେଶ୍ୱରରୁ କ୍ରିଷ୍ଣାରାଜପୁରମ ଓ ମୁମ୍ବାଇ ଏଲଟିଟିକୁ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ୱର : ଯାତ୍ରୀଙ୍କୁ ସୁବିଧା ଯୋଗାଇବା ଏବଂ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଯାତ୍ରା କରୁଥିବା ଅନ୍ୟ ଟ୍ରେନଗୁଡ଼ିକରେ ଲାଗି ରହିଥିବା ଭିଡ଼ ଏଡ଼ାଇବା ଲାଗି ଭୁବନେଶ୍ୱରରୁ କୃଷ୍ଣରାଜପୁରମ୍(ବେଙ୍ଗାଲୁରୁ) ଓ ମୁମ୍ବାଇ ଏଲଟିଟିକୁ ବିଶେଷ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେଶ୍ୱର ସ୍ପେସାଲ୍ (୦୮୪୧୫/୦୮୪୧୬) ଜୁନ ୩୦ (ବୁଧବାର) ଭୁବନେଶ୍ୱରରୁ ଅପରାହ୍ନ ୧୨ଟା ୧୦ରେ ଛାଡ଼ି ଜୁଲାଇ ୧(ଗୁରୁବାର) କୃଷ୍ଣରାଜପୁରମରେ ପହଞ୍ଚିବ । ଫେରିବା ବେଳେ ଏହି ଟ୍ରେନ ଜୁଲାଇ ପହିଲା(ଗୁରୁବାର)ରୁ କୃଷ୍ଣରାଜପୁରମରୁ ଅପରାହ୍ନ ୪ଟା ୫୫ରେ ଛାଡ଼ି ଜୁଲାଇ ୨(ଶୁକ୍ରବାର) ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ଭୁବନେଶ୍ୱର-ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ସ୍ପେସାଲ୍(୦୮୫୭୫/-୮୫୭୬) ଜୁନ୍ ୩୦(ବୁଧବାର) ଭୁବନେଶ୍ୱରରୁ ଅପରାହ୍ନ ୪ଟାରେ ଛାଡ଼ି ଜୁଲାଇ୨(ଶୁକ୍ରବାର) ଏଲଟିଟିରେ ପହଞ୍ଚିବ । ଫେରିବା ବେଳେ ଏହି ଟ୍ରେନ୍ ଏଲଟିଟିରୁ ଜୁଲାଇ ୨(ଶୁକ୍ରବାର) ଭୋର ୬ଟା ୫୫ରେ ଛାଡ଼ି ଜୁଲାଇ ୩(ଶନିବାର) ଭୁବନେଶ୍ୱରରେ ପହଞ୍ଚିବ ।
Powered by Froala Editor