ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବଙ୍କ ବ୍ରହ୍ମପୁର ଗସ୍ତ
ବ୍ରହ୍ମପୁର : ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ଵତନ୍ତ୍ର ସଚିବ ଆର୍.ଭିନିଲ କ୍ରୀଷ୍ଣା। ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଆର୍.ଭିନିଲ କ୍ରୀଷ୍ଣା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚି ଷ୍ଟାଡିୟମର ଉନ୍ନତିକରଣ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଏହାପରେ ନିର୍ମାଣାଧୀନ କ୍ରୀଡ଼ା ଛାତ୍ରାବାସ, ପଡ଼ିଆ, ସୁଇମିଂପୁଲ ଏବଂ ଅନ୍ୟାନ୍ୟ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ତୁରନ୍ତ କାର୍ୟ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୩୭ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁର ଷ୍ଟାଡିୟମର ଉନ୍ନତିକରଣ ଚାଲିଛି । ବ୍ରହ୍ମପୁର ସହରର କ୍ରୀଡାର ବିକାଶ ଦିଗରେ ରାଜ୍ୟ ସରକାର ସ୍ଵତନ୍ତ୍ର ଧ୍ୟାନ ଦେଇଛନ୍ତି । ବ୍ରହ୍ମପୁର ଷ୍ଟାଡିୟମ ସହ ବୈକୁଣ୍ଠ ନଗର ସ୍ପୋର୍ଟସ୍ ଏରିନା ମଧ୍ୟା ଗସ୍ଥ କରି ନିର୍ମାଣ କାର୍ୟ୍ୟର ତଦାରଖ କରିଛନ୍ତି ଆର୍.ଭିନିଲ କ୍ରୀଷ୍ଣା। ବୈକୁଣ୍ଠନଗର ଠାରେ ନିର୍ମାଣାଧୀନ ସ୍ପୋର୍ଟ୍ସ ଏରିନା ବ୍ରହ୍ମପୁର ମହାନଗର ନିଗମ ତରଫରୁ ୧କୋଟି ୮୦ ଲକ୍ଷ ଟଙ୍କାରେ ନିର୍ମାଣ ଚାଲିଛି । ଜୁଲାଇ ମାସ ସୁଦ୍ଧା ଏହାର ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ସ୍ଵତନ୍ତ୍ର କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଷ୍ଟାଡିୟମ ଇନଚାର୍ଜ କାଜଲ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Powered by Froala Editor