ମମତା ବିଜେପିର ରାଜ୍ୟସଭା ପ୍ରାର୍ଥୀ
ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମମତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ ମମତା ମହାନ୍ତଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ଶେଷରେ ମମତାଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି ।
ନିକଟରେ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି।
ତେବେ ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତ କହିଛନ୍ତି, ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳି ନ ଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି।
ସେପଟେ ମମତାଙ୍କୁ ପ୍ରାର୍ଥୀ କରି ବିଜେଡି ମୁହଁରେ ବିଜେପି କଳା ବୋଳିଦେଇଛି ବୋଲି ମଧ୍ୟ କୁହାଯାଉଛି । କାରଣ ମମତା ମହନ୍ତ ଯେତେବେଳେ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ, ସେତେବେଳେ ବିଜେଡି ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲା । ମମତା ମୟୁରଭଞ୍ଜ ଓ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ବୋଲି କହିବା ସହିତ ଅର୍ଥ ଲୋଭରେ ସେ ବିଜେପିକୁ ଯାଇଥିବା ବିଜେଡି କହିଥିଲା ।
Powered by Froala Editor