ଟିକାକରଣ କେନ୍ଦ୍ରରେ ଯୁବକଙ୍କୁ ଫୋଡ଼ିଲେ ଖାଲି ସିରିଞ୍ଜ

ପାଟନା: ବିହାରରେ ଜଣେ ଯୁବକଙ୍କୁ ଏକ ଟିକାକରଣ କେନ୍ଦ୍ରରେ ଖାଲି ସିରିଞ୍ଜ ଫୋଡ଼ି ଦିଆଯାଇଛି । ସିରିଞ୍ଜଟି ଖାଲିଥିଲା । ଛାପରାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଇଞ୍ଜେକସନ ଦେଇଥିବା ନର୍ସଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ ନର୍ସ ଏକ ନୂଆ ସିରିଞ୍ଜ ଆଣିଲେ ଏବଂ ଶିଶିରୁ ଡୋଜ ନକାଢ଼ି ସିଧାସଳଖ ବ୍ୟକ୍ତିଙ୍କୁ ଫୋଡ଼ି ଦେଇଥିଲେ । ବ୍ୟକ୍ତି ଜଣଙ୍କୁ ତାଙ୍କ ସାଙ୍ଗ ଏହା କହିବା ପରେ ସେ ନର୍ସଙ୍କ ଭୁଲ ଜାଣିପାରିଥିଲେ । ତାଙ୍କ ଶରୀରରେ ଖାଲି ସିରିଞ୍ଜ ଫୁଟାଯିବା ପରେ ବି ତାଙ୍କ ମୁଣ୍ଡବିନ୍ଧୁଥିବା ସେ କହିଛନ୍ତି ।
Powered by Froala Editor