ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା: ଦେବଗଡ଼ରୁ ପ୍ରଥମ ଡେଲ୍ଟା ପ୍ଲସ୍ ରୋଗୀ ଚିହ୍ନଟ

ଭାରତରୁ ଡେଲଟା ପ୍ଲସ ଭାରିଆଣ୍ଟର ୪୮ ଟି ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରେ ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ।
ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ ଭିତରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଓଡ଼ିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍ ଆକ୍ରାନ୍ତ ହେଉଛନ୍ତି ଦେବଗଡ଼ ଜିଲ୍ଲାର। ଏବେ ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ସମ୍ପର୍କରେ ତର୍ଜମା ଚାଲିଛି। ସେ କେମିତି ଡେଲ୍ଟା ପ୍ଲସ୍ ଭେରିଏଣ୍ଟରେ ଆକ୍ରାନ୍ତ ହେଲେ? ସେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ? ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ? ତା’ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି।
ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ଆଠଟି ରାଜ୍ୟ ଅଧିକ ଚିନ୍ତାଜନକ, କାରଣ ଏଠାରେ ୫୦ ପ୍ରତିଶତରୁ ଅଧିକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ରାଜ୍ୟ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଆଦି ରହିଛି।
Powered by Froala Editor