ମା ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀ ବନ୍ୟାଜଳ
କଟକ: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗୋଟ ଖୋଲାଥିବା ବେଳେ ଏପଟେ ଦୁଇ ଦିନର ଲଗାଣ ବର୍ଷା ହେତୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି।ମହାନଦୀର ବନ୍ୟାଜଳ ଯଦିଓ ମାଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମାଙ୍କୁ ଜଳାସାୟୀ କରିପାରିନି। ସକାଳ ଠାରୁ ବନ୍ୟାଜଳ ବଢିବାରେ ଲାଗିଛି। ବନ୍ୟାଜଳ ମାଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଙ୍କୁ ସ୍ଥାନାନ୍ତର କରାଯିବ।ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
Powered by Froala Editor