ବାଂଲାଦେଶରେ ଭୟାନକ ସ୍ଥିତି : ଇସ୍ତଫା ଦେଇ ଭାରତ ଚାଲି ଆସିଲେ ହସିନା
ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ପାର୍ଟିର ମୁଖ୍ୟ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା। ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଛନ୍ତି।
ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ ହସିନାଙ୍କ ବିମାନ ହିଣ୍ଡନ ଏୟାର ବେସରେ ଅବତରଣ କରିଛି। ବିମାନଟି ହିଣ୍ଡନ୍ ଏୟାରବେସରେ ଅବତରଣ କରିଥିଲା। ସେଠାରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଶେଖ ହସିନାଙ୍କୁ ସ୍ୱାଗତ କରିଥିଲେ। ଶେଖ ହସିନାଙ୍କୁ ନେଇ ଆସିଥିବା ସି-୧୩୦ଜେ ବିମାନକୁ ହିଣ୍ଡନ୍ ରେ ଅବତରଣ କରିବାକୁ ପ୍ରାଧାନ୍ୟ ଦିଆଯାଇଥିଲା।
ପ୍ରୋଥୋମ ଏଲୋ ଡେଲିର ସୂଚନା ଅନୁଯାୟୀ, ଶେଖ ହସିନାଙ୍କୁ ନେଇ ଆସୁଥିବା ସେନା ହେଲିକପ୍ଟର ସୋମବାର ଗଣଭବନରୁ ବାହାରିଥିଲା। ସେତେବେଳେ ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ।
ତେବେ ବାଂଲାଦେଶରେ ହିଂସାତ୍ମକ ବିରୋଧ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ସୋମବାର ସନ୍ଧ୍ୟାରେ ଏସ. ଜୟଶଙ୍କର ମୋଦିଙ୍କୁ ଭେଟି ବାଂଲାଦେଶର ପରିସ୍ଥିତି ସମ୍ପର୍କରେ ଏକ ଅଦ୍ୟତନ ଦେଇଥିଲେ।

Powered by Froala Editor