ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମଦାବାଦ ପୋଲିସ ଗିରଫ୍ କରିଛି । ସେ ସୋସିଆଲ ମିଡିଆରେ ଚେୟାରମ୍ୟାନଙ୍କୁ ଗାଳି ଦେବା ସହ ସୋସାଇଟରେ ଝଗଡା କରିବା ଓ ଚେୟାରମ୍ୟାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଅହମଦାବାଦ ପୋଲିସ ପାଖରେ ଅଭିଯୋଗ ହୋଇଥିଲା । ପାୟଲଙ୍କୁ ଅହମଦାବାଦର ସେଟେଲାଇଟ ପୋଲିସ ଗିରଫ କରିଛି । କୁହାଯାଇଛି କି ଜୁନ ୨୦ ତାରିଖରେ ସୋସାଇଟରେ ହୋଇଥିବା ଏଜିଏମ ମିଟିଂରେ ବିନା ସଦସ୍ୟତାରେ ମିଟିଂରେ ପହଂଚିଥିଲେ । ସେଠାରେ ତାଙ୍କୁ କହିବାର ସୁଯୋଗ ନମିଳିବାରୁ ସେ ଗାଳିଦେବା ଆରମ୍ଭ କରିଥିଲେ । ଏହାପୂର୍ବରୁ ବି ସୋସାଇଟରେ ପିଲାମାନେ ଖେଳିବାକୁ ନେଇ ସେ ବାରମ୍ବାର ଝଗଡା କରୁଥିବା କହିଛନ୍ତି ସୋସାଇଟରେ ରହୁଥିବା ଲୋକମାନେ । ଏହା ପୂର୍ବରୁ ବି ପାୟଲଙ୍କୁ ଥରେ ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ୍ କରିଥିଲା । ତାଙ୍କୁ ଏକ ମାମଲାରେ ବୁନ୍ଦି ପୋଲିସ ଅହମଦାବାଦରୁ ଗିରଫ୍ କରିଥିଲା । ହେଲେ ପାୟଲଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଥିଲା ।
Powered by Froala Editor