ଯୁବକଙ୍କୁ ଜୀଅନ୍ତା ପୋତିଦେଲେ, ଜୀବନ ବଞ୍ଚାଇଲେ ବୁଲାକୁକୁର
ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ଜମି ବିବାଦରୁ ୪ ଯୁବକ ଜଣେ ଯୁବକଙ୍କୁ ଘରୁ ଟେକିନେଲେ। ଏହାପରେ ତାଙ୍କୁ ମାରପିଟ୍ କରିବା ସହ ଛୁରୀରେ ଭୁସି ମାଟି ଖୋଳି ତଳେ ପୋତି ଦେଇଥିଲେ। ମାତ୍ର କିଛି ବୁଲା କୁକୁର ମାଟି ଖୋଳି ତାଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନେ ତାଙ୍କୁ କାମୁଡ଼ିବାରୁ ତାଙ୍କ ଚେତା ଫେରିଥିବା କହିଛନ୍ତି ରୁପ କିଶୋର ।
ରୁପକିଶୋର ଓରଫ ହାପି ଦାବି କରି କହିଛନ୍ତି, ‘ଜମି ବିବାଦ ହେତୁ ଚାରି ଜଣ ଲୋକ ଅଙ୍କିତ, ଗୌରବ, କରଣ ଓ ଆକାଶ ମୋତେ ଘରୁ ଡାକି ଆଣି ମାଡ଼ ମାରିଥିଲେ। ଏମାନଙ୍କ ମାଡ଼ରେ ମୁଁ ଅଚେତ ହୋଇପଡ଼ିଥିଲି। ଯାହାଫଳରେ ଅଙ୍କିତ, ଗୌରବ, କରଣ ଓ ଆକାଶ ମୋତେ ମୃତ ଭାବି ଆଗ୍ରାର ଅର୍ଟୋନି ଅଞ୍ଚଳ କ୍ଷେତରେ ଜୀବନ୍ତ ପୋତି ଦେଇଥିଲେ। ପରେ ବାରବୁଲା କୁକୁରମାନେ ସେଠାରେ ଖେଳୁଥିବା ବେଳେ ମୋ ଉପରେ ପଡ଼ିଥିବା ମାଟିକୁ ତାଡ଼ିଥିଲେ। ଏହି ସମୟରେ ଶରୀରକୁ କୁକୁରମାନେ ରାମ୍ପୁଡ଼ୁ ଥିବା ବେଳେ ମୋ ଚେତା ଫେରିଥିଲା।
ଏହାପରେ ସେ ମାଟି ତଳୁ ବହୁ କଷ୍ଟରେ ବାହାରି ନିକଟସ୍ଥ ଗାଁକୁ ଯାଇଥିଲି। ସେଠାକାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହ ପୁଲିସ୍କୁ ସୂଚନା ଦେଇଥିଲେ। ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor