ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ
ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ। ଦିଲ୍ଲୀ ଏମସିଡି କମିଶନର ଏବଂ ଡିସିପି ଦିଲ୍ଲୀ ଶୁକ୍ରବାର ହାଇକୋର୍ଟରେ ହାଜର ହୋଇଥିଲେ । ଏମସିଡି କହିଛି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଆମେ ଡ୍ରେନ୍ ମଧ୍ୟ ସଫା କରିଛୁ। ଏହା ଉପରେ ହାଇକୋର୍ଟ ପଚାରିଥିଲେ, ଆପଣ ଜମି ଯାଞ୍ଚ କରିଛନ୍ତି କି? ସମସ୍ତ ଯୁକ୍ତି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ରାଜେନ୍ଦ୍ର ଦୁର୍ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସିଭିସିର ଜଣେ ବରିଷ୍ଠ ଅଧିକାରୀ ତଦନ୍ତ ଉପରେ ନଜର ରଖିବେ।
କୋଚିଂ ସେଣ୍ଟରରେ 3 ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଯେପରି ସର୍ବସାଧାରଣଙ୍କର କୌଣସି ସନ୍ଦେହ ନ ରହିବ, ସେଥିପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଏବଂ ମ୍ୟୁନିସିପାଲ କର୍ପୋରେସନର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଅଦାଲଚତ।
କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ପଶିଯିବାକୁ ନେଇ ଦିଲ୍ଲୀ ପୁଲିସ ଜଣେ ଏସୟୁଭି ଡ୍ରାଇଭରଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଦିଲ୍ଲୀ ପୁଲିସକୁ କଡା ଭର୍ସନା କରିଛନ୍ତି ହାଇକୋର୍ଟ। ଯଦି ଡ୍ରାଇଭରଙ୍କୁ ଗିରଫ କଲ, ତେବେ ଡ୍ରେନ ପାଣି ବିରୁଦ୍ଧରେ ଚାଲାଣ କାଟିଲନି ବୋଲି ତାଚ୍ଛଲ୍ୟ କରି କହିଛନ୍ତି କୋର୍ଟ। କୋର୍ଟ ଆହୁରି କହିଛନ୍ତି ଯେ, ପୋଲିସ ଯେଉଁମାନେ ଦୋଷୀ ସେମାନଙ୍କୁ ଛାଡି ଅନ୍ୟମାନଙ୍କୁ ଅଯଥାରେ ନ୍ୟାୟିକ ପ୍ରକ୍ରିୟାକୁ ଟାଣୁଛି।
Powered by Froala Editor