କରୋନାରୁ ସୁସ୍ଥ ହୋଇଥିଲେ ଦରକାର ନାହିଁ ଦ୍ୱିତୀୟ ଡୋଜ ଟିକା !
ଗୌହାଟୀ: କରୋନାରୁ ସୁସ୍ଥ ହୋଇଥିଲେ ଟିକାର ଦ୍ୱିତୀୟ ଡୋଜ ଆଉ ଦରକାର ନାହିଁ । କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଗୋଟିଏ ଡୋଜ କୋଭିସିଲ୍ଡ ଟିକା ହିଁ ଯଥେଷ୍ଟ । ଆସାମ ମେଡିକାଲ କଲେଜ (ଏଏମସି) ଦିବ୍ରୁଗଡ଼ ଏବଂ ଉତ୍ତରପୂର୍ବ ଆଇସିଏମଆର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି । ୧୮ରୁ ୭୫ ବର୍ଷ ବୟସ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ଏହି ଅଧ୍ୟୟନରେ ସାମିଲ ଥିଲେ । ଫଳାଫଳରୁ ଏହା ଜଣାପଡ଼ିଛି ଯେ, ସେରୋପଜିଟିଭ ମାମଲା ଗୁଡ଼ିକରେ ପ୍ରଥମ ଡୋଜ ତୁଳନାରେ ଦ୍ୱିତୀୟ ଡୋଜ ଟିକା ଅଧିକ ଏଣ୍ଟିବଡି ବୃଦ୍ଧି କରୁନି । ଜଣାଯାଇଛି ଯେ, କରୋନାରୁ ସୁସ୍ଥ ହୋଇ କେବଳ ପ୍ରଥମ ଡୋଜ ଟିକା ନେଇଥିବା ଅଂଶଗ୍ରହଣକାରୀଙ୍କଠାରେ ଅଧିକ ଏଣ୍ଟିବଡି ଥିବାବେଳେ ଦ୍ୱିତୀୟ ଡୋଜ ନେଇଥିବା ଅଂଶଗ୍ରହଣକାରୀଙ୍କଠାରେ କମ ଏଣ୍ଟିବଡି ରହିଛି ।
Powered by Froala Editor