ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ନବୀନ
ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ କରୋନା ସମ୍ପର୍କରେ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଇଛି ।
ପ୍ରକାଶ ଯେ, ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପରିଧାନ ସହ ସଚେତନ ରହିବାକୁ କୁହାଯାଉଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ତେଣୁ ଆଜିର ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସଚେତନ ରହିବାକୁ କିଛି ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଉଛି ।
ନିକଟରେ ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା କରିବା ସହ ବିଭିନ୍ନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ବରିଷ୍ଠ ଅଧିକାରୀମାନେ ପଶ୍ଚିମ ଓଡ଼ିଶାଗସ୍ତ କରି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଅପରପକ୍ଷରେ ପୁଲିସ ମଧ୍ୟ ସ୍ପେଶିଆଲ ଡ୍ରାଇଭ ଜାରିରଖିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ଟିକା ଦେବା ସହ ୩୦୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ।