କାଦୁଅରେ ଲଟପଟ ହୋଇ ନାଚୁଛନ୍ତି ନାଗ-ନାଗୁଣି ! ଭିଡିଓ ଦେଖି ହସିଲେ ୟୁଜର୍ସ

ଯୁବବର୍ଗଙ୍କୁ ଘାରିଛି ରିଲ୍ସ ନିଶା । ରାସ୍ତା, ଘାଟ ହେଉକି ପାଚେରି ପୋଖରୀ କିଛି ବାଛବିଚାର ନାହିଁ । ଯେଉଁଠି କ୍ୟାମେରା ଅନ୍ ସେଇଠି ନାଚ ଗୀତ । ଏଭଳି ଏକ ରିଲ୍ସ ଭାଇରାଲ ହେଉଛି ଯାହାକୁ ଦେଖି କିଛି ୟୁଜର୍ସ ହସୁଛନ୍ତି । ଆଉ କିଛି ଏହାକୁ ବିପଦଜନକ ପ୍ରୟାସ ବୋଲି କହୁଛନ୍ତି ।
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ପୁରୁଷ ଏବଂ ମହିଳା ଧାନ ବିଲରେ ଅଛନ୍ତି। ଧାନ ଚାଷ ପାଇଁ ବିଲ ଆଦୁଅ ଅଛି। ଏହି ସମୟରେ ଦୁହେଁ ନାଗ-ନାଗୁଣୀ ଗୀତ ତାଳେତାଳେ ଦୁହେଁ କାଦୁଅ ବିଲରେ ତଳେ ଶୋଇ ନୃତ୍ୟ କରୁଛନ୍ତି। ଦୁହେଁ ରୋମାଣ୍ଟିକ୍ ପୋଜ୍ ମଧ୍ୟ ଦେଉଛନ୍ତି। ସେମାନଙ୍କ ଶରୀର କାଦୁଅରେ ଲଟପଟ ହୋଇ ଯାଇଥିଲେ ମଧ୍ୟ ସେମାନଙ୍କର ନୃତ୍ୟ ବନ୍ଦ ହୋଇ ନ ଥିଲା।
ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି। ହଜାର ହଜାର ଲୋକ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଏହି ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ବିଲ କାଦୁଅରେ ଜୋକ କାମୁଡ଼ିବାର ଆଶଙ୍କା ରହିଛି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ ମୁଁ ଅନେକ ନୃତ୍ୟ ଦେଖିଛି କିନ୍ତୁ ପ୍ରଥମ ଥର ପାଇଁ ମୁଁ ଏପରି ନାଗ-ନାଗୁଣୀ ନୃତ୍ୟ ଦେଖିଲି।
Powered by Froala Editor