ଇଗ୍ନୋ ପ୍ରବେଶିକା ପରୀକ୍ଷା କେବେ ଜାଣନ୍ତୁ?
ଭୁବନେଶ୍ୱର : ବିଏଡ, ପୋଷ୍ଟ ବେସିକ ବିଏସସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏପି୍ରଲ ୧୧ ରେ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱା ବିଦ୍ୟାଳୟ (ଇଗ୍ନୋ)ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ୧୨୦ଟି ପରୀକ୍ଷା କେନ୍ଦ୍ର ହୋଇଛି । ମୋଟ ୪୦ ହଜାର ୧୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ଲାଗି ହଲ ଟିକେଟ ବିଶ୍ୱବିଦ୍ୟାଳୟ ୱେବସାଇଟ www.ignou.ac.inରେ ଅପଲୋଡ କରାଯାଇଛି । କଣ୍ଟ୍ରୋଲ ନମ୍ବର କିମ୍ବା ମୋବାଇଲ ନମ୍ବର ଦେଇ ପ୍ରାର୍ଥୀମାନେ ହଲ ଟିକେଟ ଡାଉନଲୋଡ କରିପାରିବେ । ହଲ ଟିକେଟ ଡାଉନଲୋଡରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ଆଞ୍ଚଳିକ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ । ଆଞ୍ଚଳିକ କେନ୍ଦ୍ରରୁ ହଲ ଟିକେଟର ଏକ ପି୍ରଣ୍ଟ ପାଇପାରିବେ । ପ୍ରାର୍ଥୀମାନେ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାର ୪୫ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବା ବାଧ୍ୟତାମୂଳକ ।