ଧବଳେଶ୍ୱରରେ ବ୍ୟବହାର କରାଯାଇ ପାରିବନି ପ୍ଲାଷ୍ଟିକ ସାମଗ୍ରୀ

ଭୁବନେଶ୍ୱର: ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଏଣିକି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରାଯାଇ ପାରିବନି । ପ୍ଲାଷ୍ଟିକ କଳସ ଓ ପ୍ଲାଷ୍ଟିକରେ ନିର୍ମିତ ଅନ୍ୟସବୁ ସାମଗ୍ରୀ ବ୍ୟବହାରକୁ ନା କୁହାଯାଇଛି । ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ନୂଆ ପୋଲ ପୂର୍ବରୁ କାଉଡ଼ିଆମାନେ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ । କେବଳ ମାଟି ଓ ପିତ୍ତଳ କଳସ ଜଳଲାଗି କରିବା ପାଇଁ ଅନୁମତି ଦିଆଯାଇଛି ।
Powered by Froala Editor