୨୦ ଫୁଟ୍ ତଳକୁ ଖସି ଷ୍ଟଣ୍ଟମ୍ୟାନ୍ଙ୍କ ମୃତ୍ୟୁ, ଭାଙ୍ଗିଯାଇଥିଲା ପଞ୍ଜରା ହାଡ
ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା ଘଟି ଜଣେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।। ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି। ଷ୍ଟଣ୍ଟ କରୁଥିଲା ବେଳେ ୨୦ଫୁଟ ତଳକୁ ଖସି ପଡ଼ି ଷ୍ଟଣ୍ଟମ୍ୟାନ ଏଲୁମଲାଇଙ୍କ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଏଲୁମଲାଇ ଜଣେ ଲୋକପ୍ରିୟ ଷ୍ଟଣ୍ଟମ୍ୟାନ ଥିଲେ। ଯିଏକି ରଜନୀକାନ୍ତ, କମଲ ହାସନ, ବିଜୟ, ଅଜିତ କୁମାରଙ୍କ ପାଇଁ ସିନେମାରେ ଷ୍ଟଣ୍ଟ କରିଥିଲେ। ମଙ୍ଗଳବାର ସେ କାର୍ଥିଙ୍କ ସିନେମା ‘ସରଦାର-୨’ ପାଇଁ ଷ୍ଟଣ୍ଟ କରୁଥିଲେ। ଏହି ସମୟରେ ସୁରକ୍ଷାରେ ତ୍ରୁଟି ହେତୁ ସେ ୨୦ଫୁଟ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ସୁଟିଂ ସେଟର କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ପକ୍ଷରୁ ପ୍ରକାଶ, ଏଲୁମଲାଇଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ କାନପାଖରେ ଗଭୀର ଆଘାତ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି।
‘ସରଦାର-୨’ର ସୁଟିଂ ଜୁଲାଇ ୧୫ ତାରିଖରେ ଆରମ୍ଭ ହୋଇଥିଲା। ଚେନ୍ନାଇର ଏଲବି ପ୍ରସାଦ ଷ୍ଟୁଡିଓରେ ଏହାର ସୁଟିଂ ଚାଲୁଥିଲା।
Powered by Froala Editor