ସିନେମା ହଲ ସିଲ ,କେଉଁଠି ଜାଣନ୍ତୁ?

ରାୟଗଡ଼ା: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାୟଗଡ଼ାରେ ଏକ ସିନେମା ହଲକୁ ସିଲ କରାଯାଇଛି । ଏଠାରେ ଥିବା ଅଶୋକ ସିନେମା ହଲକୁ ସିଲ କରାଯାଇଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ସିନେମା ହଲକୁ ସିଲ କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ଓ ଏସପି ଚଢଉ କରି ସିନେମା ହଲକୁ ସିଲ କରିଥିବା ଜଣାଯାଇଛି ।
କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସିନେମା ହଲରେ କରୋନା କଟକଣା କଡ଼ାକଡ଼ି ପାଳନ କରାନଗଲେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସିନେମା ହଲରେ ଲୋକେ ବହୁ ପାଖାପାଖି ବସୁଥିବା ଦେଖିବାକୁୁ ମିଳିଛି । ଏବେ ପୁଲିସ ସ୍ପେଶିଆଲ ଡ୍ରାଇଭ ଜାରି ରଖିଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଉଛି ।