ବସରେ ନିଆଁ, ଡେଇଁପଡ଼ି ସମସ୍ତଙ୍କ ଜୀବନ ବଞ୍ଚାଇଲେ ଚାଳକ
ବେଙ୍ଗାଲୁରୁ ସହରର ଏକ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ସରକାରୀ ବସ୍ ଜଳି ଯାଇଛି । ଏହି ଘଟଣାରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ୍ ଟ୍ରନ୍ସପୋର୍ଟ କର୍ପୋରେସନ୍ କେହି ଯାତ୍ରୀ ଆହତ ହୋଇନଥିବା ସୂଚନା ଦେଇଛି । BMTC ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଏକ ସରକାରୀ ବସ୍ ସକାଳେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସରେ ନିଆଁ ଲାଗି ଯାଇଥିଲା। ଏକ ଷ୍ଟପେଜରେ ଡ୍ରାଇଭର୍ ଯେତେବେଳେ ଇଞ୍ଜିନ ଷ୍ଟାର୍ଟ କରିଥିଲେ ହଠାତ୍ ବସରେ ନିଆଁ ଲାଗି ଯାଇଥିଲା।
ଡ୍ରାଇଭର୍ ଜଣକ ତୁରନ୍ତୁ ଡେଇଁ ପଡ଼ି ସଙ୍ଗେ ସଙ୍ଗେ ବସକୁ ଖାଲି କରି ଦେଇଥିଲେ। ଫଳରେ ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଯାଇଛି। ଇଞ୍ଜିନ ଅତ୍ୟଧିକ ଉତ୍ତପ୍ତ ହୋଇଯିବା କାରଣରୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି। ଫଳରେ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।
Powered by Froala Editor