୫ରୁ ୧୦ ଲକ୍ଷକୁ ବଢ଼ିବ ଆୟୁଷ୍ମାନ ବୀମା ଟଙ୍କା !
ଆସନ୍ତା ୨୩ ତାରିଖରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ଏହି ବଜେଟରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର । ତେବେ ଏହି ବଜେଟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଯୋଜନାରେ ବୀମାର ମୂଲ୍ୟ ୫ ଲକ୍ଷକୁ ବୃଦ୍ଧି ୧୦ ଲକ୍ଷ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ ଅନୁସାରେ, ଆସନ୍ତା ତିନି ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ହିତାଧିକାରୀଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାକୁ ସରକାର ବିଚାର କରୁଛନ୍ତି। ଯଦି ଏହା ଘଟେ, ତେବେ ଦେଶର ପ୍ରାୟ ୧୨କୋଟି ପରିବାର ଏହି ଯୋଜନାର ପ୍ରତ୍ୟକ୍ଷ ଲାଭ ପାଇବେ। ପ୍ରାରମ୍ଭରେ ୭୦ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଏହାର ଆଭିମୁଖ୍ୟରେ ଅଣାଯିବ।
ରିପୋର୍ଟ ଅନୁସାରେ, ଚିକିତ୍ସା କରିବା ପାଇଁ ଅନେକ ପରିବାର କରଜ ଟଙ୍କାରେ ବୁଡ଼ି ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆୟୁଷ୍ମାନ ଯୋଜନାର ସହାୟତା ରାଶିର ମୂଲ୍ୟ ୫ ଲକ୍ଷ ଟଙ୍କା(ବର୍ତ୍ତମାନକୁ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛନ୍ତି ସରକାର ।
Powered by Froala Editor