କିରାଣିଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର: ଆଜି କଟକସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁପତ୍ର) କାର୍ୟ୍ୟାଳୟର ବରିଷ୍ଠ କିରାଣି ଦିଲୀପ କୁମାର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।
ଭୁବନେଶ୍ୱର ଭିଜିଲାନ୍ସ ର ସ୍ୱତନ୍ତ୍ର ଜଜ୍ଙ୍କଦ୍ୱାରା ଜାରି ଓ୍ଵାରେଣ୍ଟ୍ ନମ୍ବର ୪/୨୧ ବଳରେ ଦିଲୀପ କୁମାର ଜେନା ରହୁଥିବା ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ଥିବା ଫରେଷ୍ଟ୍ ଟ୍ରେନିଙ୍ଗ୍ କଲେଜ ପରିସରସ୍ଥ ଆବାସିକ କ୍ୱାର୍ଟର୍ସ ନମ୍ବର ବି-୪ ସମେତ ଜାଗମରାର ମଲ୍ଲିକ କମ୍ପ୍ଲେକ୍ସ୍ରେ ଥିବା ତାଙ୍କ ତିନି ତାଲା କୋଠା, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ଗାଁରେ ଥିବା ତାଙ୍କ ପୈତୃକ ଗୃହ ଏବଂ କଟକ ସହରସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ୟ୍ୟାଳୟରେ ଥିବା ତାଙ୍କ ସେକ୍ସନ୍ ଅଫିସ୍ ପ୍ରକୋଷ୍ଠରେ ଏକକାଳୀନ ଚଢ଼ାଉ ଚାଲିଛି।