ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଆପାର୍ଟମେଣ୍ଟରେ ନିଆଁ। ଭୁବନେଶ୍ଵର ପଟିଆସ୍ଥିତ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି। ଆପାର୍ଟମେଣ୍ଟର ୮ମ ମହଲାରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। କିନ୍ତୁ ସାଇଡ୍ ରୁମରେ ଜଣେ ଦମ୍ପତ୍ତି ଫସିରହିଛନ୍ତି। ତେବେ କିଭଳି ଭାବେ ନିଆଁ ଲାଗିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।
Powered by Froala Editor