ବାହା ବେଦୀ ହେଲା ଯୁଦ୍ଧକ୍ଷେତ୍ର, ବନ୍ଦାଣ ପାଇଁ ପିଟାପିଟି

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଳାବୋଳ ପଞ୍ଚାୟତ କଂଟି ଗାଁରେ ବନ୍ଦାଣକୁ ନେଇ ବେଦୀରେ ମାର୍ପିଟ୍ ହୋଇଛି । ମାର୍ପିଟ୍ରେ ନବବଧୂଙ୍କ ମୁଣ୍ଡ ଓ କାନରେ ଆଘାତ ଲାଗିଛି । ତେବେ ଘଟଣା ପରେ ନବବଧୂ ଆଉ ଶାଶୂ ଘରକୁ ନଯିବା ପାଇଁ ଜିଦ୍ ଧରି ବସିଛି ।
ଜଗତସିଂହପୁର ଜିଲ୍ଲା ବାଲିକୁଦା କଂଟି ଗାଁର ଭାଗିରଥୀ ମହାରଣାଙ୍କ ପୁଅ ମୋହନ ମହାରଣାଙ୍କ ସହ ରାହାମା ଅଞ୍ଚଳ ହାତୀକେନା ପଣ୍ଡୁଆ ଗାଁର ଯୁବତୀଙ୍କ ସହ ବିବାହ ହେଉଥିଲା । ବାଲିକୁଦା ଥାନା ଇଛାପୁର ପଞ୍ଚାୟତର ବଡ଼ାଗରସ୍ଥିତ ଈଶ୍ୱର ପାର୍ବତୀଙ୍କ ପୀଠରେ ବାହାଘର ଚାଲିଥିଲା । ହାତ ଗଣ୍ଠି ପଡ଼ି ସାରିବା ପରେ ବିଧି ମୁତାବକ ବର କନ୍ୟାକୁ ବନ୍ଦାପନା କାର୍ଯ୍ୟ କରାଯାଇ କଉଡ଼ି ଖେଳର ପର୍ବ ଚାଲିଥିଲା । ଏହି ସମୟରେ ଭାଗିରଥୀଙ୍କ ଅନ୍ୟ ଜଣେ ଭାଇ କନ୍ୟା ପକ୍ଷଙ୍କୁ ବନ୍ଦାଣକୁ ନେଇ କିଛି କଥା ପଚାରିଥିଲେ । ଏତିକିରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ଘଟଣା ଉଗ୍ର ରୂପ ନେଇଥିଲା । କଥା କଟାକଟି ଓ ପରେ ହାତାହାତି ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ପିଟାପିଟିର ରୂପ ଧାରଣ କରିଥିଲା । ତେବେ ବିଳମ୍ବିତ ରାତି ସୁଦ୍ଧା ସମାଧାନ ହୋଇନଥିବା ଜଣାପଡ଼ିଛି । ଏପରିକି ଝିଅ ବାହାଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି ।
ଯେଉଁଠି ବନ୍ଦାଣ ଜିନିଷ କମିବାକୁ ନେଇ ବିବାଦ ଦେଖା ଦେଉଛି, ସେଭଳି ନର୍କରେ ମୁଁ ରହିପାରିବିନି ବୋଲି କହିଛି । ଯାହାକି ଅଞ୍ଚଳରେ ଚଚୠର୍ାର ବିଷୟ ହୋଇଛି ।
Powered by Froala Editor