ବାଲେଶ୍ଵର ପୌରାଞ୍ଚଳରେ କର୍ଫ୍ୟୁ ଜାରି

ବାଲେଶ୍ୱର: ଅଶାନ୍ତ ବାଲେଶ୍ୱର ସହର। ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ ବାଲେଶ୍ଵର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ୧୭ତାରିଖ ରାତ୍ରି ୧୨ରୁ ୧୮ତାରିଖ ରାତ୍ରୀ ୧୨ଟା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ। ପରିସ୍ଥିତି ଶାନ୍ତ ନପଡିବା ଯାଏଁ ପୌରାଞ୍ଚଳର ଜନସାଧାରଣ ଏହି ସମୟ ମଧ୍ୟରେ ଘରୁ ନବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ ବଜାର ଓ ଯାତାୟତ ବନ୍ଦ ରହିବ । ସଦର ଥାନା, ଟାଉନ ଥାନା ସହଦେବ ଖୁଣ୍ଟା, ଶିଳ୍ପା ଞ୍ଚଳ ଥାନା ଅଧୀନରେ ଥିବା ପୌରାଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଗତକାଲି ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ସାମାନ୍ୟ ଗଣ୍ଡଗୋଳକୁ ଭିତ୍ତିକରି ଏହି ପ୍ରତିଷେଧକ ମୂଳକ ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆଯାଇଛି। ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆଇଜି ଡ. ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
Powered by Froala Editor