ଦୁଷ୍କର୍ମ ପାଇଁ ମହିଳାଙ୍କ ଉଗ୍ର ବେଶଭୂଷାକୁ ଦାୟୀ କଲେ ଇମ୍ରାନ ଖାନ
ଇସଲମାବାଦ: ପାକିସ୍ତାନରେ ବଢ଼ି ଚାଲିଥିବା ଦୁଷ୍କର୍ମ ମାମଲା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମହିଳାଙ୍କର ଉଗ୍ର ବେଶଭୂଷାକୁ ଦାୟୀକ କରିଛନ୍ତି । ତେବେ ତାଙ୍କର ଏଭଳି ନକାରାତ୍ମକ ଟିପ୍ପଣୀ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମ୍ରାନ କହିଥିଲେ ଯେ ଜଣେ ମହିଳା ଯଦି ସ୍ୱଳ୍ପ ବସ୍ତ୍ର ପରିଧାନ କରେ, ତେବେ ପୁରୁଷଙ୍କ ଉପରେ ତାହାର ନିଶ୍ଚିତ ପ୍ରଭାବ ପଡିବ । କେବଳ ସେ ରୋବଟ ନ ହୋଇଥିଲେ ହେଲା । ଏହା ଅତି ସାଧାରଣ କଥା । ପୁରୁଷମାନେ ଏଭଳି ସ୍ୱଳ୍ପ ବସ୍ତ୍ର ପରିହିତାଙ୍କୁ ଦେଖିବା ମାତ୍ରେ ସେମାନଙ୍କ ମନରେ କାମୋଦ୍ଧୀପନା ଜାଗ୍ରତ ହୋଇଛି । ଫଳରେ ସେମାନଙ୍କ ଭିତରୁ କିଛି ସେଭଳି ଲଜ୍ଜାଜନକ ଘୃଣ୍ୟ ଦୁଷ୍କର୍ମ କରିବାକୁ ପଛାଉନାହାନ୍ତି ବୋଲି ସେ କହିଛନ୍ତି ।
Powered by Froala Editor