ଛାତ୍ରଙ୍କୁ ମାଡ ମାରି ଫସିଲେ ୬

ଭୁବନେଶ୍ୱର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଜଙ୍ଗଲରେ ମାଡ଼ ମରାଯିବା ଘଟଣାର ଭିଡ଼ିଓ ଭାଇରାଲ ପରେ ନିଜ ଆଡ଼ୁ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଜଣେ ଛାତ୍ରଙ୍କୁ ଏକ ଛାତ୍ର ଗୋଷ୍ଠୀ ଓ କିଛି ଅଣଛାତ୍ର କଲେଜ ପଛ ପଟେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ମରଣାନ୍ତକ ଆକ୍ରମଣ କରାଯାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମାଡ଼ ଖାଉଥିବା ଛାତ୍ର ଜଣକ ନାମ ବିହାନ ଅଗ୍ରୱାଲ ବୋଲି ଜଣାପଡିଛି । ତେବେ ଏହି ଘଟଣା ଗତ ୫ ତାରିଖରେ ଘଟିଥିବା ସୂଚନା ମିଳିଛି ।
ତେବେ ମାଡ ଖାଉଥିବା ଛାତ୍ର ଜଣକ ଏକାକୀ ଥିବାବେଳେ ମାଡ ମାରିଥିବା ଗୋଷ୍ଠୀର ସଂଖ୍ୟା ୮ରୁ ୧୦ଜଣ ଥିବା ଭିଡିଓରେ ଜଣାପଡୁଛି । ସେମାନଙ୍କ ଭିତରୁ ୩ ରୁ ୪ ଜଣ ଅଣଛାତ୍ର ଥିବା ଜଣାପଡିଛି ।