କଙ୍ଗନାଙ୍କୁ ଚାପୁଡ଼ା ମାରି CISF ଗାର୍ଡ କୁଲବିନ୍ଦର ନିଲମ୍ବିତ

ବଲିଉଡ ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହିଳା ଗାର୍ଡ କୁଲବିନ୍ଦର କୌର୍ ଙ୍କୁ ନିଲମ୍ବିତ କରିଛନ୍ତି CISF ଡିଜି ।
ସୂଚନା ଅନୁସାରେ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ମହିଳା ଗାର୍ଡ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିଲେ । କୃଷକ ଆନ୍ଦୋଳନ ବିରୋଧରେ କହିବାରୁ କଙ୍ଗନା ରାଣାୱତଙ୍କ ଉପରେ ସିଆଇଏସ୍ ଏଫ୍ ଗାର୍ଡମାନେ ରାଗି ଯାଇଥିଲେ । ସିଆଇଏସ୍ ଏଫ୍ ଗାର୍ଡଙ୍କୁ ହଟାଇ ତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ। ଏହି ମାମଲାରେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ତଦନ୍ତ କମିଟି ଗଠନ କରାଯାଇଛି, ଯିଏ ଘଟଣାର ତଦନ୍ତ କରିବ। ଏହି ଘଟଣା ପରେ କଙ୍ଗନା ରାଣାୱତ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିଯୁକ୍ତ ମହିଳା ସୁରକ୍ଷା କର୍ମୀ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି। ଭିଡିଓରେ ମହିଳା ସୁରକ୍ଷା କର୍ମୀମାନେ କୃଷକ ଆନ୍ଦୋଳନ ସମୟରେ କଙ୍ଗନାଙ୍କ ବୟାନକୁ ଉଲ୍ଲେଖ କରୁଥିବା ଦେଖିବାକୁ ମିଳିଛି। ସିଆଇଏସ୍ଏଫ୍ କୁଲବିନ୍ଦର କୌର କହିଛନ୍ତି, କଙ୍ଗନା ରାଣାୱତ ଏକ ବୟାନ ଦେଇଥିଲେ ଯେ କୃଷକମାନେ ଆନ୍ଦୋଳନରେ ୧୦୦ ଟଙ୍କା ପାଇଁ ବସିଛନ୍ତି। ସେ ସେଠାକୁ ଯାଇ ବସିବେ କି? କଙ୍ଗନା ଏହି ବୟାନ ଦେବା ସମୟରେ ମୋ ମା’ ସେଠାରେ ବସିଥିଲେ।
ସେପଟେ ଚଣ୍ଡିଗଡ଼ ଏୟାରପୋର୍ଟରୁ ମାଡ଼ ମାରିବା ଖବର ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି କହିଛନ୍ତି ଯେ ସେ ସଂସଦ ଯାଉଛନ୍ତି । କଙ୍ଗନା ଇନଷ୍ଟାଗ୍ରାମରେ ନିଜର ଫଟୋ ମଧ୍ୟ ସେୟାର କରିଛନ୍ତି ।
Powered by Froala Editor