ଦିଲ୍ଲୀର ଚକ୍ଷୁ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୁଣିଥରେ ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିଛି। ଦକ୍ଷିଣ ଦିଲ୍ଲୀର ‘ଆଇ ୭ ଚୌଧୁରୀ ଆଇ ହସ୍ପିଟାଲ’ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ନିଆକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୧୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନା ମୁତାବକ ଏଥିରେ କେହି ଆହତ କିମ଼୍ବା ମୃତ ହୋଇନାହାନ୍ତି।
ବୁଧବାର ସକାଳ ୧୧.୦୦ ରେ ଅଗ୍ନିଶମ ବିଭାଗକୁ ଆଇ ୭ ଚୌଧୁରୀ ଆଇ ହସ୍ପିଟାଲରେ ନିଆଁ ଲାଗିଥିବା ଖବର ମିଳିବା ପରେ ତତକ୍ଷଣାତ୍ ୧୨ଟି ଅଗ୍ନିଶମବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ନେଇଥିଲେ। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଓ ଏହାଦ୍ବାରା କେତେ ଲୋକଙ୍କର କ’ଣ କ୍ଷତି ହୋଇଛି ତାହା ଜଣା ପଡିନାହିଁ। ୧୦ ଦିନ ଭାତରେ ରାଜଧାନୀରେ ଦୁଇ ହସ୍ପିଟାଲ୍ରେ ନିଆଁ ଲାଗିଛି। ୨୬ ମେରେ ଏକ ଶିଶୁ ଯତ୍ନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ୭ ନବଜାତକଙ୍କ ମୃତ୍ୟୁ ହୋଇଥିଲା।
Powered by Froala Editor