ପଦରୁ ଇସ୍ତଫା ଦେଲେ ମୋଦୀ, ୮ରେ ନେଇପାରନ୍ତି ଶପଥ

ନରେନ୍ଦ୍ର ମୋଦୀ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏହାକୁ ଗ୍ରହଣ କରିବା ସହ ଶପଥ ଗ୍ରହଣ ପର୍ଯ୍ୟନ୍ତ ତାଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ପଦରେ ରହିବାକୁ କହିଛନ୍ତି। ମୋଦୀଙ୍କ ଇସ୍ତଫା ସହ ବର୍ତ୍ତମାନର କେନ୍ଦ୍ର କ୍ୟାବିନେଟ୍ ଭଙ୍ଗ ହୋଇଛି । ଆସନ୍ତା ଜୁନ ୮ରେ ତୃତୀୟ ଥର ପାଇଁ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି।
ଏ ସଂପର୍କରେ ରାଷ୍ଟ୍ରପତି ଭବନପକ୍ଷରୁ ଏକ ଏକ୍ସରେ ଲୋଖାଯାଇଛି, “ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଏହି ଇସ୍ତଫାକୁ ଗ୍ରହଣ କରିବା ସହ ନୂଆ ସରକାର ଦାୟିତ୍ୱ ଗ୍ରହଣ ନକରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳକୁ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି।“
ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି। ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ଦଳ ମୁଖ୍ୟାଳୟରେ ଦେଶର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Powered by Froala Editor