Akasa ଏୟାରଲାଇନ୍ସର ବିମାନରେ ବୋମା ଆତଙ୍କ

ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଆକାଶ ଏୟାରଲାଇନ୍ସର ବିମାନରେ ବୋମା ଥିବା ଧମକ ମିଳିଛି। ସୂଚନା ମିଳିବା ମାତ୍ରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଫ୍ଲାଇଟକୁ ଅଲର୍ଟ କରାଯାଇଛି । ଏହାପରେ ବିମାନକୁ ଅହମଦାବାଦ ଆଡେ ଡାଇଭର୍ଟ କରାଯାଇଛି ।
ଏହି ବିମାନରେ ୧୮୬ ଜଣ ଯାତ୍ରୀ, ୧ ଶିଶୁ ଏବଂ ଛଅ କ୍ରୁ ସଦସ୍ୟ ଯାତ୍ରା କରୁଥିଲେ । ଜରୁରୀକାଳୀନ ପ୍ରତିକ୍ରିୟାମାନଙ୍କୁ ପାଳନ କରି ୧୦ ଟା ୧୩ ମିନିଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । ସମସ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଛି ।
ଅହମ୍ମଦାବାଦରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାରକୁ ଅଣାଯାଇଛି ଏବଂ ପରେ ବିମାନକୁ ଯାଞ୍ଚ କରାଯାଇଛି। ସେପଟେ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବର୍ତ୍ତମାନ ତଦନ୍ତ ଚାଲିଛି।
Powered by Froala Editor