ଆଜମ ଖାନ୍ଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ, ୧୪ ଲକ୍ଷ ଟଙ୍କା ଜରିମାନା

ଲୋକ ସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଜମଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ନିର୍ବାଚନର ଶେଷ ପର୍ଯ୍ୟାୟ ଜୁନ ୧ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭେଟେରାନ ନେତା ଆଜମ୍ଙ୍କୁ ଏକ ମାମଲାରେ ଦଣ୍ଡିତ କରାଯାଇଛି। ଏହା ବ୍ୟତୀତ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଛି। ଏମ୍ପି-ଏମ୍ଏଲ୍ଏ କୋର୍ଟ ଗୁରୁବାର ଡଙ୍ଗରପୁର ମାମଲାରେ ଆଜମ୍ଙ୍କୁ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ କୋର୍ଟ ୧୪ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।
ଡୁଙ୍ଗରପୁର ବସ୍ତିରେ ରହୁଥିବା ଲୋକଙ୍କୁ ଘର ଖାଲି କରିବା ନାମରେ ଲୁଟପାଟ, ଚୋରି, ମାରପିଟ ସମେତ ଅନ୍ୟ ଧାରାରେ ଗଞ୍ଜ ଥାନାରେ ଆଜମଙ୍କ ବିରୋଧରେ ୧୨ଟି ମକଦ୍ଦମା ଦାୟର ହୋଇଥିଲା । ମାମଲାଟି ୬ ଡିସେମ୍ବର ୨୦୧୬ର ଅଟେ। ୨୦୧୯ରେ ଆଜମ୍ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି ରାମପୁରର ଏମ୍ପି-ଏମ୍ଏଲ୍ଏ ଅଧିବେଶନରେ ଚାଲିଥିଲା। ଶୁଣାଣି ଅବସରରେ ସପା ନେତା ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇଥିଲେ । କୋର୍ଟ ଆଜମଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିବା ସହ ୧୪ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ସେଥିମଧ୍ୟରୁ ୩ଟି ମକଦ୍ଦମାର ନିଷ୍ପତ୍ତି ଶୁଣାଣି ସରିଥିବା ବେଳେ ୨ଟିରେ ଆଜମ ମୁକ୍ତ ହୋଇଛନ୍ତି । ଗୋଟିଏ ମାମଲାରେ ତାଙ୍କୁ ୭ ବର୍ଷର ଜେଲଦଣ୍ଡାଦେଶ ହୋଇଛି ।
Powered by Froala Editor