କେରଳ ଛୁଇଁଲା ମୌସୁମୀ, ପୂର୍ବ ଆଡ଼କୁ ହେବ ଅଗ୍ରସର
ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେବ।
ଆଇଏମଡି ଡିଜି ପ୍ରତିକ୍ରିୟା ରଖି କହିଛନ୍ତି, ଆଗୁଆ ଆସିଲା ମୌସୁମୀ । ଦୁଇ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି । ଦେଶରେ ଏଥର ଭଲ ବର୍ଷା ହେବ । ସ୍ୱାଭାବିକ ଠାରୁ ଅଧିକ ବର୍ଷା କରାଇବ ମୌସୁମୀ । ୧ ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ, ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor