ମ୍ୟାନ୍ମାରରେ ବଡ଼ ଧରଣର ଭୂକମ୍ପ

ବୁଧବାର ମ୍ୟାନ୍ମାରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏହାର ପ୍ରଭାବ ମେଘାଲୟରେ ମଧ୍ୟ ଦେଖିବାକୁ ମିଳିଛି।
ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମ୍ୟାନ୍ମାରରେ ଏହି ଭୂକମ୍ପ ଘଟିଛି। ସନ୍ଧ୍ୟା ପ୍ରାୟ ୬.୪୪ ମିନିଟରେ ମେଘାଳୟର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି। ଗୁହାଟୀ ଓ ମେଘାଳୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ଥିବା ଜଣାପଡ଼ିଛି। ଏହାର କେନ୍ଦ୍ର ସ୍ଥଳ ଶିଲଂ ଠାରୁ ୧୦ କିମି ଦୂର। ଏହା ଭୂଷ୍ଠରୁ ୧୧୦ କିମି ଗଭୀରତାରେ ସୃଷ୍ଟି ହୋଇଥିଲା। ଏନେଇ କୌଣସି କ୍ଷୟକ୍ଷତିର ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ।
Powered by Froala Editor