ବୁଲି ବୁଲି ଦନ୍ତା ଖାଉଛି ପଣସ
ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ କଣ୍ଟିଆପଡ଼ା ଜଙ୍ଗଲରେ ୩ ଦିନ ହେଲା ଗୋଟିଏ ଗୋଠ ଛଡା ଦନ୍ତା ଡେରା ପକାଇଛି। ଲୋକ ମାନେ ଦନ୍ତାକୁ ଦେଖିବାକୁ ଆସିବା ସମୟରେ ଦନ୍ତାକୁ ଚିଡାଉଥିବାରୁ ସେ ଏଣେତେଣେ ଘୁରି ବୁଲିବା ସହ ମଝିରେ ମଝିରେ ରାସ୍ତା ଉପରକୁ ଆସି ସେଠାରେ ଠିଆହୋଇ ରହୁଥିବାରୁ ସରଧାପୁର-ବାଉଁଶୁଳୀ ରାସ୍ତାରେ ଯିବା ଆସିବା କରିବା ପାଇଁ ଲୋକେ ଭୟ କରୁଛନ୍ତି। ଏହି ହାତୀଟି ବିଭିନ୍ନ ଲୋକଙ୍କ ବଗିଚାରେ ପଶି ପଣସ ଛିଣ୍ଡାଇ ଖାଇଯାଇଥିବା ଜଣାପଡିଛି। ବନବିଭାଗ ପକ୍ଷରୁ ଏହି ଦନ୍ତାର ଚଳପ୍ରଚଳ ଉପରେ ନଜର ରଖାଯାଇଥିବା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ଠାରୁ ସୂଚନା ମିଳିଛି।
Powered by Froala Editor