୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍
ବଲିଉଡରେ ଦୁଇ ଦଶନ୍ଧି ଧରି କାମ କରୁଥିବା ପ୍ରଖ୍ୟାତ ଅଭିନେତା ଜନ୍ ଆବ୍ରାହମ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ନିକଟରେ ସେ ଏକ ଫ୍ଲାଟ୍ କିଣିଛନ୍ତି। ମୁମ୍ବାଇର ପଶ୍ ବାନ୍ଦ୍ରା ପଶ୍ଚିମ ଅଞ୍ଚଳରେ ଏହି ଫ୍ଲାଟ୍ ରହିଛି। ଏଥିପାଇଁ ସେ ୮୪ କୋଟି ଟଙ୍କା ପୈଠ କରିଛନ୍ତି। ଏହି ସମ୍ପତ୍ତି ବାନ୍ଦ୍ରା ପଶ୍ଚିମର ସେଣ୍ଟ ମାର୍ଟିନ ରୋଡରେ ଅବସ୍ଥିତ। ଏଠାରେ ଅନେକ ପ୍ରମୁଖ ସେଲିବ୍ରିଟିଙ୍କ ମାଲିକାନାରେ ସମ୍ପତ୍ତି ରହିଛି।
ଏହି ସମ୍ପତ୍ତିଟି 1,017.60 ବର୍ଗ ମିଟରର ଏକ ବିଶାଳ ପ୍ଲଟ୍ ଉପରେ ବିସ୍ତାରିତ। ସବା ତଳ ଫ୍ଲୋରରେ ମୁଖ୍ୟ ବଙ୍ଗଳା ନିର୍ମାଣ ହୋଇଛି, ଯାହା ପ୍ରାୟ 193.12 ବର୍ଗ ମିଟରର । ଏହା ବ୍ୟତୀତ, ମୁଖ୍ୟ ବଙ୍ଗଳା ନିକଟରେ ପ୍ରାୟ 31.50 ବର୍ଗ ମିଟର ପରିମିତ ଆଉ ଏକ ଆଉଟ ହାଉସ୍ ମଧ୍ୟ ରହିଛି ,ଯାହା ଏହି ସମ୍ପତ୍ତିର ଏକ ଅଂଶ । ସରକାରୀ ଦଲିଲ ଅନୁଯାୟୀ, ଏହି ଡିଲର ଆଇନଗତ ପଞ୍ଜୀକରଣ ୧୪ ଜୁଲାଇ, ୨୦୨୬ରେ ସମାପ୍ତ ହୋଇଥିଲା। ଜନ୍ ଆବ୍ରାହମ ଏହାକୁ ୮୪ କୋଟି ଟଙ୍କା ମୂଲ୍ୟରେ କିଣିଥିଲେ । ଏହା ସହିତ ଆନୁଷ୍ଠାନିକ ପଞ୍ଜୀକରଣ ପାଇଁ ଅଭିନେତା ୫.୦୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେୟ ଦେଇଥିଲେ ।
ଜନ୍ ଆବ୍ରାହମ ମୁମ୍ବାଇର ବାନ୍ଦ୍ରାରେ ଏକ ପେଣ୍ଟହାଉସରେ ରୁହନ୍ତି। ଏହାର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେବଳ ଏତିକି ନୁହେଁ, ଅଭିନେତା ଆମେରିକାର ଲସ୍ ଆଞ୍ଜେଲସ୍ରେ ଏକ ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ। ତାଙ୍କର ଲଣ୍ଡନରେ ଏକ ଘର ମଧ୍ୟ ଅଛି। ଜନ୍ ଆଗକୁ ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆଙ୍କ ଉପରେ ଆଧାରିତ ଏକ ଫିଲ୍ମରେ ନଜର ଆସିବେ।
Powered by Froala Editor