ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ
ଆସାମରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ଚିନ୍ତା ବଢାଇଛି । ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜନିତ ବିଭିନ୍ନ କାରଣରୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।
ଯେଉଁଥିରେ ଶିବସାଗର ଜିଲ୍ଲାରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ୧୬ଟି ଜିଲ୍ଲାର ୫.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଯେତେବେଳେ ୮୭୨ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ହଜାର ହଜାର ପରିବାର ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ, ଏନଡିଆରଏଫ୍ ଏବଂ ଏସଡିଆରଏଫ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଜଳସ୍ତର ବୃଦ୍ଧି ପାଇବା ଚିନ୍ତା ବଢ଼ାଇ ଦେଇଛି ।
ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। NDRF, SDRF ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ଶତାଧିକ ରିଲିଫ୍ କ୍ୟାମ୍ପ ଖୋଲାଯାଇ ବନ୍ୟା ବିପନ୍ନଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ଯୋଗାଇ ଦିଆଯାଉଛି। ତେବେ ଲଗାତାର ବର୍ଷା ଜାରି ରହିଥିବାରୁ ଆଗାମୀ କିଛି ଦିନ ମଧ୍ୟରେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି।
Powered by Froala Editor