ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ନବ ଦମ୍ପତିଙ୍କ ମୃତ୍ୟୁ
ଗୁଜରାଟର ରାଜକୋଟରେ ଶନିବାର ସନ୍ଧ୍ୟାରେ ଏକ ଟିଆର୍ପି ଗେମିଂ ଜୋନ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟି ୯ ଶିଶୁଙ୍କ ସମେତ ୨୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ୨୮ଜଣକ ମଧ୍ୟରେ ଜଣେ ନବବିବାହିତ ଦମ୍ପତ୍ତି ଥିଲେ ବୋଲି ଜଣାପଡ଼ିଛି। ଉଭୟ ସପ୍ତାହ ତଳେ ବିବାହ କରିଥିବା ବେଳେ ଶନିବାର ରାଜକୋଟର ଟିଆପରପି ଗେମିଂ ଜୋନକୁ ବୁଲିବାକୁ ଯାଇଥିଲେ। ସେମାନଙ୍କ ସହ ନବ ବିବାହିତାଙ୍କ ଭଉଣୀ ମଧ୍ୟ ଥିଲେ।
କୁହାଯାଉଛି ସପ୍ତାହେ ପୂର୍ବରୁ ଦମ୍ପତ୍ତି କୋର୍ଟରେ ବିବାହ କରିଥିଲେ। ବର୍ଷ ଶେଷ ଆଡକୁ ରୀତିନୀତିରେ ବିବାହ କରିବାର ଯୋଜନା ଥିଲା। ହେଲେ ଏହା ପୂର୍ବରୁ ଅଘଟଣ ଘଟିଗଲା। ମୃତକମାନେ ହେଲେ ଅକ୍ଷୟ ଢ଼ୋଲାରିଆ(୨୪), ପତ୍ନୀ ଖ୍ୟାତି(୨୦) ଓ ଶାଳି ହରିତା। ଅକ୍ଷୟ କାନାଡ଼ାରେ ବାପା-ମାଆଙ୍କ ସହ ରହୁଥିବା ବେଳେ କୋର୍ଟ ମ୍ୟାରେଜ ପାଇଁ ଭାରତ ଆସିଥିଲେ। ଗତ ରବିବାର ଅକ୍ଷୟ ଓ ଖ୍ୟାତିଙ୍କର କୋର୍ଟ ମ୍ୟାରେଜ୍ ହୋଇଥିଲା।
ହେଲେ ଏପରି ଏକ ଅଚାନକ ଦୁର୍ଘଟଣା ସେମାନଙ୍କ ଜୀବନ ନେଇଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଅକ୍ଷୟ ପିନ୍ଧିଥିବା ମୁଦି ସାହାଯ୍ୟରେ ତାଙ୍କ ମୃତଦେହ ଚିହ୍ନଟ ହୋଇପାରିଛି। କିନ୍ତୁ ଖ୍ୟାତି ଏବଂ ହରିତାଙ୍କୁ ଚିହ୍ନଟ ପୋଇପରି ନାହିଁ। ଡିଏନଏ ପରୀକ୍ଷା ପାଇଁ ସେମାନଙ୍କ ମୃତଦେହ ପଠାଯାଇଛି।
Powered by Froala Editor