IRSଙ୍କ ଫ୍ଲାଟରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ଭାରତୀୟ ରେଭିନ୍ୟୁ ସର୍ଭିସ(ଆଇଆରଏସ୍) ଅଫିସର ସୌରଭ ମୀନାଙ୍କୁ ଗିରଫ କରିଛି ପୁଲିସ୍। ସୌରଭ ମୀନାଙ୍କ ନୋଏଡା ସ୍ଥିତ ତାଙ୍କ ଫ୍ଲାଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୁବତୀଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା। ମୃତଦେହ ମିଳିବା ପରେ ପୁଲିସ୍ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୌରଭ ଓ ମହିଳା ଜଣଙ୍କ ପରସ୍ପରକୁ ଡେଟିଂ ଆପ୍ ଜରିଆରେ ଚିହ୍ନି ଥିଲେ। ଏହାପରେ ଏପରି ଘଟଣା ଘଟଣା ଘଟିଛି।
ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରି କହିଛନ୍ତି, ଆଇଆରଏସ ଅଧିକାରୀ ସୌରଭ ମୀନା ଆମ ଝିଅ ଶିଳ୍ପା ଗୌତମଙ୍କ ମଧ୍ୟରେ ତିନିବର୍ଷର ସମ୍ପର୍କ ଥିଲା। ସେମାନେ ପରସ୍ପରକୁ ଡେଟିଂ ଆପ୍ରେ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୌରଭ ଝିଅକୁ ବିବାହ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଅନେକ ସମୟରେ ସୌରଭ ଝିଅକୁ ଘରକୁ ଡାକି ମାଡ ମାରିଥାଆନ୍ତି। ଏ ବିଷୟରେ ଆମେ ଜାଣିବା ପରେ ଝିଅକୁ ସୌରଭ ଠାରୁ ଦୂରେଇ ରହିବାକୁ ଅନେକ ବୁଝାଇ ଥିଲୁ କିନ୍ତୁ ସେ ସୌରଭଙ୍କୁ ଅଧିକ ଭଲ ପାଉ ଥିବାରୁ ଛାଡ଼ିକି ରହି ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲା।
ଗତ ରବିବାର କାମ ଅଛି କହି ଝିଅ ଘରୁ ବାହାରି ଯାଇଥିଲା। ହଠାତ ଫୋନ ଆସିଲା କି ଝିଅର ମୃତ୍ୟୁ ହୋଇଯାଇଛି। ଶିଳ୍ପା ଭେଲ୍ରେ ଏଚ୍ଆର ଭାବେ କାମ କରୁଥିଲେ।
Powered by Froala Editor