ନିର୍ବାଚନ ପୂର୍ବରୁ ଆପ୍ ମନ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ
![ନିର୍ବାଚନ ପୂର୍ବରୁ ଆପ୍ ମନ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ](https://odishanewslens.com/news_gallery/30312_1716837726.jpeg)
ପଞ୍ଜାବରେ ଲୋକସଭା ନିର୍ବାଚନ ଭୋଟିଂ ପୂର୍ବରୁ (ଆମ୍ ଆଦମୀ ପାର୍ଟି) ଆପ୍ ପାଇଁ ଅଡ଼ୁଆ ବଢ଼ିଛି । ଆପ୍ ସରକାରରେ ମନ୍ତ୍ରୀ ଥିବା ବଲକାର ସିଂହଙ୍କ ଗୋଟିଏ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ମନ୍ତ୍ରୀ ଜଣଙ୍କ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ତାଙ୍କ ଗୁପ୍ତାଙ୍ଗ ଦେଖାଉଛନ୍ତି। ସୋମବାର ଏକାଧିକ ବିଜେପି ନେତା ଏହି ଭିଡିଓକୁ ଶେୟାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ବିଜେପି ରାଜ୍ୟରେ ଆପ୍କୁ ଘେରିଛି। ବିଜେପି ନେତା ବଲକାରଙ୍କ ବହିଷ୍କାର ପାଇଁ ଦାବି କରିଛି।
ବିଜେପି ନେତା ତଜିନ୍ଦର ପାଲ ବଗ୍ଗା ଅଭିଯୋଗ ଆଣିଛନ୍ତି ଯେ, ବଲକାର ସିଂହଙ୍କ ପାଖକୁ ଜଣେ ଯୁବତୀ ଚାକିରି ମାଗିବାକୁ ଆସିଥିଲେ। କିନ୍ତୁ ମନ୍ତ୍ରୀ ତାଙ୍କୁ ଭିଡିଓ କଲରେ ପୋଷାକ ଓହ୍ଲାଇବାକୁ କହିଥିଲେ ଆଉ ଅଶ୍ଲୀଳ କାମ କରିବାକୁ କହିଥିଲେ। ଏଥିସହ ଯୁବତୀଙ୍କୁ ନିଜର ଗୁପ୍ତାଙ୍ଗ ଦେଖାଇଥିଲେ। ସେପଟେ ମନ୍ତ୍ରୀ ବଲକାର ସିଂହଙ୍କ କହିଛନ୍ତି ଯେ, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ।
ଘଟଣାକୁ ନେଇ ବିବାଦ ବଢ଼ିବାରୁ ଜାତୀୟ ମହିଳା କମିଶନ ପଞ୍ଜାବ ପୁଲିସ୍କୁ ସେକ୍ସ ଭିଡିଓର ତଦନ୍ତ କରିବାକୁ କହିଛନ୍ତି। ଏଥିସହ ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ଜୁନ୍ ୧ରେ ପଞ୍ଜାବର ସବୁ ଆସନରେ ମତଦାନ ହେବ। ଏହା ପୂର୍ବରୁ ହିଁ ଏହି ଭିଡିଓ ଭାଇରାଲ ହୋଇଛି। ଆଉ ଏହା ଉପରେ ବିଜପି ନେତା ତଜିନ୍ଦର ପାଲ ସିଂହ ବଗ୍ଗା, ଭଗଓ୍ବନ୍ତ ମାନଙ୍କୁ ତୁରନ୍ତ ବଲକାରଙ୍କୁ ବହିଷ୍କୃତ କରିବା ପାଇଁ ଦାବି କରିଛନ୍ତି।
Powered by Froala Editor