ଗେମିଂ ଜୋନ୍ରେ ଭୟଙ୍କର ନିଆଁ : ୯ ଶିଶୁଙ୍କ ସମେତ ୨୪ ମୃତ
![ଗେମିଂ ଜୋନ୍ରେ ଭୟଙ୍କର ନିଆଁ : ୯ ଶିଶୁଙ୍କ ସମେତ ୨୪ ମୃତ](https://odishanewslens.com/news_gallery/30268_1716668045.jpg)
ଗୁଜରାଟ ରାଜକୋଟରେ ଥିବା ଟିଆର୍ପି ଗେମିଂ ଜୋନରେ ନିଆଁ ଲାଗି ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଘଟଣାକୁ ନେଇ ରାଜକୋଟ ପୁଲିସ କମିଶନର କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ କ’ଣ ତାହା ଆମେ ଅନୁସନ୍ଧାନ କରୁଛୁ। ଏହା ସହିତ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖପ୍ରକାଶ କରିବା ସହ କହିଛନ୍ତି, “ରାଜକୋଟରେ ଘଟିଥିବା ଅଗ୍ନିକାଣ୍ଡରେ ମୁଁ ଅତ୍ୟଧିକ ଦୁଃଖିତ । ପ୍ରିୟଜନଙ୍କୁ ହରାଇଥିବା ସମସ୍ତଙ୍କ ସହ ମୋର ସମବେଦନା ଜଣାଉଛି। ଆହତମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି।
ଅଭିଯୋଗରୁ ପ୍ରକାଶ, ୪ ଦିନ ତଳେ ସେହି ଗେମିଂ ଜୋନ୍ରେ ନିଆଁ ଲାଗିଥିଲା। ଯେଉଁଥିପାଇଁ ଗେମିଂ ଜୋନ୍କୁ ବନ୍ଦ ରଖାଯାଇଥିଲା। ଶନିବାର ଖୋଲିଥିଲା। ସେଥିପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ଗେମିଂ ଜୋନରେ ନିଆଁ ଲାଗି ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ୨୪ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିରେ ୯ ଜଣ ଶିଶୁ ଥିବା ଜଣାପଡ଼ିଛି।
Powered by Froala Editor